ନକଲି ରେବିଜ୍ ଟିକା ନେଇ ଦେଶବ୍ୟାପୀ ସତର୍କତା

 


ଦିଲ୍ଲୀରେ ନକଲି ‘Abhayrab’ ଟିକା ଜବତ; ୪ ଗିରଫ, ସମସ୍ତ ରାଜ୍ୟକୁ ନଜରଦାରି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୬/୦୯ A21NEWS: ଦିଲ୍ଲୀର ମୁକର୍ଜୀ ନଗରର ଏକ ଫ୍ଲାଟ୍‌ରୁ ନକଲି ରେବିଜ୍ ଟିକା ‘Abhayrab’ ଜବତ ହେବା ପରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରିଛି କେନ୍ଦ୍ରୀୟ ଔଷଧ ନିୟନ୍ତ୍ରକ ସଂସ୍ଥା CDSCO। KE25012 ବ୍ୟାଚ୍‌ର ଟିକା ନମୁନା ପୋଟେନ୍ସି ପରୀକ୍ଷାରେ ବିଫଳ ହେବା ସହ ‘Not of Standard Quality’ ଓ ‘misbranded’ ଭାବେ ଚିହ୍ନଟ ହୋଇଛି। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି।

CDSCO ପକ୍ଷରୁ ଅଗଷ୍ଟ ୨୭ରେ ସମସ୍ତ ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ସମ୍ପୃକ୍ତ ବ୍ୟାଚ୍‌ର ଚଳାଚଳ, ବିତରଣ ଓ ଉପଲବ୍ଧତା ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ଜବତ ହୋଇଥିବା ଭାଏଲ୍‌ଗୁଡ଼ିକ ପ୍ରକୃତ ନିର୍ମାତା Indian Immunologicals Ltd. ଦ୍ୱାରା ଉତ୍ପାଦିତ ନୁହେଁ ବୋଲି ତଦନ୍ତରେ ଜଣାପଡ଼ିଛି।

ପରୀକ୍ଷାରେ ନକଲି ଭାଏଲ୍‌ର ଲେବଲ୍‌, ପ୍ୟାକେଜିଂ, QR କୋଡ୍‌, ଲୋଗୋ, କ୍ୟାପ୍‌ର ରଙ୍ଗ ଓ ଅନ୍ୟାନ୍ୟ ବିବରଣୀରେ ଅନେକ ଅସଙ୍ଗତି ମିଳିଥିବା ଅଧିକାରୀମାନେ କହିଛନ୍ତି।

ତେବେ Indian Immunologicals Ltd. ପକ୍ଷରୁ କୁହାଯାଇଛି ଯେ ଅଧିକୃତ ବିତରଣ ବ୍ୟବସ୍ଥା ମାଧ୍ୟମରେ ଯୋଗାଣ ହୋଇଥିବା ପ୍ରକୃତ Abhayrab ଟିକା ଏହି ଘଟଣାରେ ପ୍ରଭାବିତ ହୋଇନାହିଁ। କର୍ତ୍ତୃପକ୍ଷ ନକଲି ଟିକାର ଉତ୍ସ ଓ ବିତରଣ ନେଟୱର୍କ ଖୋଜୁଛନ୍ତି।

Thanks for reading: ନକଲି ରେବିଜ୍ ଟିକା ନେଇ ଦେଶବ୍ୟାପୀ ସତର୍କତା, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.