ରାୟଗଡ଼ା, ୪ ଅକ୍ଟୋବର ୨୦୨୬ | ସିଂହନାଦ (SIMHANAAD)
ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। କୋଟ୍ଟାଭାଲସା–କୋରାପୁଟ ରେଳପଥ ଦୋହରୀକରଣ ପ୍ରକଳ୍ପରେ ୮୨୯ ମିଟର ଲମ୍ବା ଟନେଲ୍ ନମ୍ବର ୪୧–୪୧ଏର ବ୍ରେକ୍ଥ୍ରୁ ସଫଳ ହୋଇଛି। ବୋରା ଗୁହାଲୁ–କରକାଭାଲାସା ଷ୍ଟେସନ୍ ମଧ୍ୟରେ ଅକ୍ଟୋବର ୧ ତାରିଖରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି।
କଠିନ ପାହାଡ଼ିଆ ଭୂଭାଗ ଦେଇ ନିର୍ମିତ ଏହି ଟନେଲ୍ ହର୍ସଶୁ ଆକୃତିର। ଟନେଲ୍ର ଆଲାଇନ୍ମେଣ୍ଟରେ ସର୍ବାଧିକ ୮ ଡିଗ୍ରୀ ବକ୍ରତା ରହିଛି। ନିର୍ମାଣ ସମୟରେ ଆଲାଇନ୍ମେଣ୍ଟର ସଠିକତା ରକ୍ଷା କରାଯାଇଥିବା ଜଣାପଡ଼ିଛି।
ଏହି ବ୍ରେକ୍ଥ୍ରୁ କୋଟ୍ଟାଭାଲସା–କୋରାପୁଟ ରେଳପଥ ଦୋହରୀକରଣ ପ୍ରକଳ୍ପକୁ ଆହୁରି ଗତି ଦେବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ରେଳ ଲାଇନ୍ର କ୍ଷମତା ବଢ଼ିବା ସହ ଯାତ୍ରୀ ଓ ମାଲବାହୀ ଟ୍ରେନ୍ ଚଳାଚଳ ଅଧିକ ସୁଗମ ହେବ।
ପ୍ରାୟ ୧୮୯ କିଲୋମିଟର ଲମ୍ବା ଏହି ଦୋହରୀକରଣ ପ୍ରକଳ୍ପ ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗ ଓ ମାଲ ପରିବହନ କ୍ଷମତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ହେବ।
Thanks for reading: ରେଳପଥ ଦୋହରୀକରଣରେ ବଡ଼ ସଫଳତା: ୮୨୯ ମିଟର ଟନେଲ୍ର ବ୍ରେକ୍ଥ୍ରୁ, Sorry, my English is bad:)

